ଭୁବନେଶ୍ୱର:ପଟଣା ଅଞ୍ଚଳର ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ଟଙ୍କା ଠିକ ସମୟରେ ମିଳିନଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।ଘଟଣା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ପଦକ୍ଷେପ ନେଇଛନ୍ତି। RDC ଦ୍ୱାରା ଏହାର ତଦନ୍ତ ଆଦେଶ ଦେଇ ଶୀଘ୍ର ରିପୋର୍ଟ ଦେବାକୁ କହିଛନ୍ତି। ସେ ସ୍ପଷ୍ଟ କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାକୁ ଅଣଦେଖା କରାଯିବ ନାହିଁ ଏବଂ ଏପରି ଘଟଣାର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ।ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଘଟଣାର ତୁରନ୍ତ ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ରେଡକ୍ରସ୍ ପକ୍ଷରୁ ଜିତୁ ମୁଣ୍ଡାଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥିସହ ବ୍ୟାଙ୍କରେ ଥିବା ୧୯,୪୦୨ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି l ମୁଖ୍ୟମନ୍ତ୍ରୀ କହିଛନ୍ତି ଦାୟିତ୍ୱରେ ଅବହେଳା ପାଇଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ।ଏହାସହ ଦୁର୍ଗମ ଗ୍ରାମାଞ୍ଚଳ ର ଲୋକମାନେ କିଭଳି ସୁବିଧାରେ ଏବଂ ବିନା ବାଧାରେ ସରକାରୀ ସେବା ଏବଂ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ ସେଥିପ୍ରତି ସଜାଗ ରହିବାକୁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here