ଗଜପତି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ସମ୍ପୃକ୍ତ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ଭିକ୍ଟୋରୀ କଲୋନୀର କାଳୀ ପ୍ରସାଦ ପଣ୍ଡିତ (୫୪), ରାଜଦାଣ୍ଡ ସାହିର ଅଶୋକ କୁମାର ମହାରଣା (୩୭) ଏବଂ ବକ୍ସି ସାହିର ସପନ କୁମାର ପାଣିଗ୍ରାହୀ (୫୭)। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କଠାରୁ ଗୋଷ୍ଠୀ ସଞ୍ଚୟ, ଋଣ କିସ୍ତି ଏବଂ ଅନ୍ୟାନ୍ୟ ଜମା ବାବଦରେ ଟଙ୍କା ସଂଗ୍ରହ କରି ତାହାକୁ ଜାଲିଆତି ମାଧ୍ୟମରେ ଆତ୍ମସାତ୍‌ କରୁଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ, ଏହି ମାମଲାରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଛି। ପୂର୍ବରୁ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସିଦ୍ଧା କୁମାର ଓରଫ ସିଦ୍ଧା ଆରାଧ୍ୟ ଓରଫ ଲକି (୩୦)ଙ୍କୁ ଗିରଫ କରାଯାଇ ଅଗଷ୍ଟ ୩୦ ତାରିଖରେ ପାରଳାଖେମୁଣ୍ଡି SDJM ଅଦାଲତକୁ ପଠାଯାଇଥିଲା। ଶୁକ୍ରବାର ଗିରଫ ହୋଇଥିବା ୩ ଜଣଙ୍କୁ ମଧ୍ୟ ଅଦାଲତକୁ ପଠାଯାଇଛି। ତେବେ ଏହି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଏସ୍. ସ୍ୱାତୀ ବର୍ତ୍ତମାନ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here