ଓଡିଶାରେ ଚାଷୀଙ୍କ ମାସିକ ଆୟ 5 ହଜାର 112 ଟଙ୍କା । ଜୁଲାଇ 2018 ରୁ ଜୁନ 2019 ଭିତରେ ଦେଶର ଚାଷୀଙ୍କ ଆୟ ସଂପର୍କରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି । ଓଡିଶା ଚାଷୀଙ୍କ ଆୟ ବିଭିନ୍ନ ରାଜ୍ୟର ଚାଷୀଙ୍କ ଆୟ ତାଲିକାର ତଳଆଡୁ ଦ୍ବିତୀୟ ସ୍ଥାନରେ ରହିଛି । ଅର୍ଥାତ ଓଡିଶା ତଳକୁ ଝାଡଖଣ୍ଡ ଚାଷୀ ରହିଛନ୍ତି । ଝାଡଖଣ୍ଡ ଚାଷୀଙ୍କ ମାସିକ ଆୟ 4 ହଜାର 895 । ସେହିପରି ଓଡିଶା ଉପରେ ବିହାର ତୃତୀୟ ସ୍ଥାନରେ ରହିଛି । ବିହାର ଚାଷୀଙ୍କ ମାସିକ ଆୟ 7 ହଜାର 542 ରହିଛି । ଚାଷୀଙ୍କ ଆୟ ତାଲିକାରେ ଦେଶରେ ଶୀର୍ଷରେ ରହିଛନ୍ତି ମେଘାଳୟ ଚାଷୀ । ମେଘାଳୟ ଚାଷୀଙ୍କ ମାସିକ ଆୟ 29 ହଜାର 348 ।

LEAVE A REPLY

Please enter your comment!
Please enter your name here