ରାୟଗଡାରେ ଶିଳ୍ପଦ୍ୟୋଗୀମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ବିଭାଗର ନିର୍ଦ୍ଦେଶକ ପି.ଜେ ନାଥ ଯୋଗ ଦେଇ ଶିଳ୍ପଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ. ଏହି କର୍ଶାଳାରେ ଶିଳ୍ପ ସଂପର୍କିତ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା. ତେବେ ମଧ୍ୟମ ଓ ବୃହତ୍ତ ଶିଳ୍ପ ଗୁଡିକୁ କିପରି ସ୍ଥାନୀୟ ଅଞ୍ଚଳରୁ କଞ୍ଚାମାଲ ଯୋଗାଇ ଦିଆଯିବ, ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା. ପି.ଜେ ନାଥଙ୍କ ଛଡା ଏଥିରେ ନାଲକୋ, ବେଦାନ୍ତ ଆଲୁମିନା, ଉତ୍କଳ ଆଲୁମିନା, ଜେକେ କାଗଜ କଳ ଓ ଇମ୍ଫା ଭଳି ବୃହତ୍ତ ଶିଳ୍ପର ଅଧିକାରୀମାନେ ଯୋଗ ଦେଇଥିଲେ.