ବଲିଉଡ୍ ଦବଙ୍ଗ ସଲମାନ ଖାନ୍ ଆଜି କାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପ୍ରତି ଦିନ ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଧମାକା କରୁଥିବା ନଜର ଆସୁଛନ୍ତି ଦବଙ୍ଗ ଖାନ୍ । ସଲମାନ ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି ଏକ ଭିଡିଓ ସେୟାର କରିଛନ୍ତି , ଯାହାକୁ ଦେଖିଲେ ଆପଣମାନଙ୍କ ରୁମ ଟାଙ୍କୁରି ଉଠିବ । କେବଳ ସେତିକି ନୁହେଁ ସଲମାନ ଏହି ଭିଡିଓରେ ମନୁଷ୍ୟ ଜୀବନର ଅତ୍ୟନ୍ତ କଠିନ ପରିସ୍ଥିତିରୁ କିପରି ବାହାରିବେ ସେ ବିଷୟରେ ପ୍ରେରଣା ଦେଇଛନ୍ତି । ଏହି ଭିଡିଓରେ ଅରୁଣାଞ୍ଚଳ ପ୍ରଦେଶର ପ୍ରସିଧ୍ୟ ସିଙ୍ଗର ଥୁପେନ ଭିନ୍ନକ୍ଷମ ହୋଇ ମଧ୍ୟ ଇଣ୍ଡିଆନ ଆଇଡିଆଲ ସିଜିନ ୯ ରେ ଗୀତ ଗାଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ଥୁପେନ କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଇଣ୍ଡିଆନ ଆଇଡିଆଲ ଭଳି ଏକ ମଞ୍ଚରେ ପହଞ୍ଚିଛନ୍ତି । ସଲମାନ ଥୁପେନଙ୍କ ଭିଡିଓ ଜରିଆରେ ଲୋକମାନଙ୍କୁ ବହୁ ଉଚ୍ଚଶିକ୍ଷା ମଧ୍ୟ ଦେଇଛନ୍ତି । ଯେଉଁ ମାନେ ସାମାନ୍ୟ ବାଧାବିଘ୍ନରେ ହାର ମାନି ଯାଆନ୍ତି ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି ନାହିଁ ସେମାନଙ୍କ ପାଇଁ ସଲମାନଙ୍କ ଏହି ଭିଡିଓ ବହୁ ପ୍ରେରଣାଦାୟକ ହେବ । ସୋସିଆଲ ମିଡିଆ ସଲମାନ ସେୟାର କରିଥିବା ଏହି ଭିଡିଓରେ ଥୁପେନ କହିଛନ୍ତି ଯେତେ କଠିନ ପରିସ୍ଥିତି ଅସିଲେ ମଧ୍ୟ ସେ ସଫଳତା ହାସଲ କରିବେ ।

LEAVE A REPLY

Please enter your comment!
Please enter your name here