ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେଇସାରିଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆସନ୍ତାକାଲି ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମ ଏବଂ 19 ତାରିଖ ମଙ୍ଗଳବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । 20 ତାରିଖରେ ଅମ୍ଫାନ ପଶ୍ଚିମବଙ୍ଗର ସାଗର ଦ୍ବିପ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହାର ପ୍ରଭାବରେ 19 ଓ ତାରିଖରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ଓ ପବନ ବହିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ 180ରୁ 200 କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟର 12ଟି ଜିଲ୍ଲାକୁ ଆଲର୍ଟ କରାଯାଇଥିଲେ ହେଁ ଫୋକସରେ ଚାରୋଟି ଜିଲ୍ଲା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ଅମ୍ଫାନ ଗତବର୍ଷର ଫନି ଠାରୁ କମ୍ ଏବଂ ବୁଲବୁଲ୍ ଠାରୁ ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀ କହୁଥିଲେ ହେଁ ଏହାକୁ ହାଲକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ।

LEAVE A REPLY

Please enter your comment!
Please enter your name here