ଦହିବୁନ୍ଦି

ଆବଶ୍ୟକ ସାମଗ୍ରୀ- 2 କପ୍ ମୋଟା ଦହି,1 କପ୍ ବେସନ,ଲଙ୍କା ପାଉଡର,ଚିନି, କଟା ଧନିଆ ପତ୍ର, ଭଜା ଜିରା ଗୁଣ୍ଡ, ଭଜା ଗୋଲମରିଚ ଗୁଣ୍ଡ,କଳା ଲୁଣ,ଧଳା ଲୁଣ ଓ ତେଲ.

ପ୍ରସ୍ତୁତି ପ୍ରଣାଳୀ:-

ବୁନ୍ଦି ଛାଣିବା ପାଇଁ ପ୍ରଥମେ ଏକ ବଡ ପାତ୍ରରେ 1 କପ୍ ବେସନ ନେଇ କିଛି ତେଲ ଓ ପାଣି ମିଶାଇ ତାର ଏକ ଘୋଳ ପ୍ରସ୍ତୁତ କରନ୍ତୁ. ତା ପରେ ତେଲ ଗରମ କରି ଜାଲି ଚଟୁରେ ତାକୁ ବୁନ୍ଦି ପରି କମ୍ ଆଂଚରେ ଛାଣନ୍ତୁ ଏବଂ 1 ମିନିଟ ପରେ ଟିକେ ବ୍ରାଉନ କଲର ଆସିବା ପରେ ତାକୁ ଓହ୍ଲାଇ ଦହିରେ ମିଶାଇବା ପୂର୍ବରୁ ଟିକେ ପାଣି ଗରମ କରି ଛଣାଯାଇଥିବା ବୁନ୍ଦିକୁ ପକାଇ ଛାଣିଦିଅନ୍ତୁ. ତା ପରେ ନେଇଥିବା 2 କପ୍ ଦହିରେ ½ କପ୍ ପାଣି ଦେଇ ଚିନି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଟେଷ୍ଟ ପାଇଁ କଳା ଲୁଣ ଓ ସ୍ୱାଦ ଅନୁସାରେ ଧଳା ଲୁଣ ଓ ଧନିଆ ପତ୍ର ମିଶାଇ ଭଲ ଭାବେ ଗୋଳାନ୍ତୁ. କିଛି ସମୟ ଗୋଳେଇବା ପରେ ଛଣାଯାଇଥିବା ବୁନ୍ଦିକୁ ମିଶାଇଦିଅନ୍ତୁ. ତା ପରେ ପ୍ରସ୍ତୁତ ହୋଇଯିବ ଦହି ବୁନ୍ଦି.

LEAVE A REPLY

Please enter your comment!
Please enter your name here