ଏକତରଫା ପ୍ରେମର କରୁଣ ପରିଣତି । ପ୍ରେମିକା ଘର ଆଗରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପୀଡିତକୁ କଟକ ସ୍ଥାନାନ୍ତରିତ କରାଯାଇଛି । ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାର ବିପିନ ସାହୁ ନାମକ ଜଣେ ଯୁବକ ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦା ଅଞ୍ଚରେ ରହି ମାର୍ବଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । କିଛିଦିନ ପୂର୍ବରୁ ନିକଟସ୍ଥ ଭଟଣା ଗାଁର ଏକ ଯୁବତୀକୁ ଏକ ତରଫା ପ୍ରେମ କରିଆସୁଥିଲା । ମାତ୍ର ସମ୍ପୃକ୍ତ ଯୁବତୀ ଜଣକ ଏହି ପ୍ରେମରେ ଅସହମତି ପ୍ରକାଶ କରିବାରୁ ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here