ସମଗ୍ର ବିଶ୍ବରେ ସମ୍ବଲପୁର ଶିକ୍ଷାର ହବ୍ ହେବାକୁ ଯାଉଛି । ଆଜି ଆଇଆଇଏମ ସମ୍ବଲପୁରର ନିଜସ୍ବ କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଭର୍ଚ୍ୟୁଆଲ ମାଧ୍ୟମରେ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଟେକ୍ସଟାଇଲ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁରରେ ପ୍ରାକୃତିକ ସଂପଦ ଭରପୁର ରହିଛି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ପ୍ରକୃଷ୍ଟ ସ୍ଥାନ । ହୀରାକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇ ମୋଦି ସମ୍ବଲପୁରବାସୀଙ୍କୁ ଲୋକାଲକୁ ଭୋକାଲ ହେବାକୁ ଆହ୍ବାନ ଦେଇଥିଲେ । ଭାଷଣରେ ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନାର ସଫଳତା ପାଇଁ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିଥିଲେ । ଧର୍ମେନ୍ଦ୍ରଙ୍କ ପାଇଁ ସରକାର ଗ୍ୟାସ ସଂଯୋଗ କ୍ଷେତ୍ରରେ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛନ୍ତି ବୋଲି କହିଥିଲେ । 2014ରେ 14 କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ରହିଥିବା ବେଳେ ଏବେ ତାହା 28 କୋଟିରେ ପହଞ୍ଚିପାରିଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଲା ମାଧ୍ୟମରେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଓଡିଶା ପ୍ସମୁଖ ସ୍ଥାନ ଅଧିକାର କରିଛି ଏବଂ କେନ୍ଦ୍ର ସରକାର ଚାହିଁଲେ ଅଧିକରୁ ଅଧିକ ଜାତୀୟ ଅନୁଷ୍ଠାନ ଓଡିଶାରେ ପ୍ରତିଷ୍ଠିତ ହୋଇପାରିବ ବୋଲି କହିଥିଲେ । ଉତ୍ସବରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଏମ ସମ୍ବଲପୁରର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ଉଦ୍ୟମରୁ ସମ୍ଭବ ହୋଇପାରିଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here