ମୁମ୍ବାଇ କ୍ରୁଜ ପାର୍ଟିର ବଡ ଖୁଲାସା । ସତ କହିଲେ ମନିଷଙ୍କ ବାପା ଉଦୟ ରାଜଗରିଆ । ସେ କହିଛନ୍ତି ରେଭ ପାର୍ଟିରେ ମନୀଷ ସାମିଥିଲେ ସତ । କିନ୍ତୁ ତାଙ୍କ ପାଖରେ ଡ୍ରଗ୍ସ ନଥିଲା । ତାଙ୍କ ପାଖରେ କେବଳ ୨ ଦଶମିକ ୪ ଗ୍ରାମର ଏକ ଗଞ୍ଜେଇ ସିଗାରେଟ ଥିଲା । ଏନସିବି ମନୀଷଙ୍କୁ ଫସାଇଥିବା ସେ ଅଭିଯୋଗ କରିଛନ୍ତି । ବିଜିନେଓ ମ୍ୟାନ ମନୀଷ ମୁମ୍ବାଇ କ୍ରୁଜ ପାର୍ଟି ଦେଖିବାକୁ ଯାଇଥିଲେ । କ୍ରୁଜ ପାର୍ଟିରେ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ଆର‌୍ୟନଙ୍କ ସମେତ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇସାରିଛନ୍ତି । ୧୬ ଜଣଙ୍କ ମଧ୍ୟରେ ଦୁଇ ଓଡିଆ ଅଭିନ୍ନ ସାହୁ ଏବଂ ମନୀଷ ରାଜଗରିଆ ଅଛନ୍ତି ।

LEAVE A REPLY

Please enter your comment!
Please enter your name here