ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ହେଲେ କେତେବେଳେ ବି ସ୍ମାର୍ଟଫୋନ କାହା ପାଇଁ କାଳ ସାଜିପାରେ । କିଛିଦିନ ତଳେ ମୋବାଇଲ ବ୍ଲାଷ୍ଟରେ ଉତ୍ତର ପ୍ରଦେଶ ବରେଲିରେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ କହିବାନୁଯାୟୀ, ମୋବାଇଲ ସୋଲାର ପ୍ୟାନେଲରେ ଚାର୍ଜ ହେଉଥିଲା । ଓଭରହିଟ୍ ହେବାଦ୍ୱାରା ମୋବାଇଲରେ ନିଆଁ ଲାଗିଯାଇଥିଲା । ଯାହାକୁ ଧରିପକାଇଥିଲା ୮ ବର୍ଷର ଝିଅ । ଏହା ପ୍ରଥମ ମାମଲା ନୁହେଁ ଏମିତି ଅନେକ ସ୍ଥାନରୁ ମୋବାଇଲ ବ୍ଲାଷ୍ଟ ହେବାର ଖବର ଆମେ ଦେଖୁଛେ । ଅଧିକା ଚାର୍ଜିଂ ହେଉ କିମ୍ବା ଲୋକାଲ ବ୍ୟାଟେରୀ ଦ୍ୱାରା ମୋବାଇଲ ବ୍ଲାଷ୍ଟ ହୋଇଥାଏ । ଖାଲି ଏତିକି ନୁହେଁ ଅନେକ କାରଣ ପାଇଁ ମୋବାଇଲ ବ୍ଲାଷ୍ଟ ହୋଇଥାଏ ।
ଏକ୍ସପର୍ଟଙ୍କ କହିବାନୁସାରେ, ସମସ୍ତ ମୋବାଇଲକୁ ଫୁଲ୍ ଚାର୍ଜ ନକରି ୮୦ ପ୍ରତିଶତ ଚାର୍ଜ କରନ୍ତୁ ।
ମୋବାଇଲକୁ ରାତିସାରା ଚାର୍ଜ ନକରିବା ପାଇଁ ଏକ୍ସପର୍ଟ କହିଛନ୍ତି । କିଛି ମୋବାଇଲ ବ୍ଲାଷ୍ଟ ନହେଲେ ବି ଖରାପ ହୋଇଯାଇଥାଏ ।
ମୋବାଇଲରେ ଗେମ୍ ଖେଳିବା ଦ୍ୱାରା ହିଟ୍ ହୋଇଥାଏ । କେହି କେହି ମୋବାଇଲକୁ ଚାର୍ଜରେ ବସାଇ ଗେମ୍ ଖେଳିଥାନ୍ତି ଯାହା ଫଳରେ ଫୋନଟି ଓଭର ହିଟ୍ ହୋଇଥାଏ । ଫୋନର କୌଣସି ପାର୍ଟ ଖରାପ ହୋଇଯିବାର ସମ୍ଭାବନା ରହିଛି । ବେଳେ ବେଳେ ହାତରେ ବି ବ୍ଲାଷ୍ଟ ହୋଇଯାଏ ।
ସର୍ବଦା ମୋବାଇଲରେ କଥା ହେବା କିମ୍ବା ଚାର୍ଜରେ ବସାଇ କଲ୍ କରିବା ଦ୍ୱାରା ମଧ୍ୟ ମୋବାଇଲ ବ୍ଲାଷ୍ଟ ହୋଇଥାଏ ।

LEAVE A REPLY

Please enter your comment!
Please enter your name here