ବିଧାୟକ ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ରାମପୁର କୋର୍ଟ । ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା । ଦଣ୍ଡାଦେଶ ପରେ ଯାଇପାରେ ଆଜମ ଖାନଙ୍କ ବିଧାୟକ ପଦ । ହେଟ୍ ସ୍ପିଚ୍ ମାମଲାରେ ଆଜମ୍ ଖାନ୍ ଦୋଷୀ ସାବ୍ୟସ୍ତ l ହେଟ୍ ସ୍ପିଚର ଏହି ମାମଲା ୨୦୧୯ ବର୍ଷର । ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନ ସମୟରେ ଏକ ଜନସଭାରେ ଯୋଗଦେଇ ଆଜମ ଖାନ୍ ଆପତ୍ତିଜନକ ଟିପ୍ପଣୀ ତଥା ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ଏହାକୁ ବିରୋଧ କରି ବିଜେପି ନେତା ଆକାଶ ସକ୍ସେନା ମାମଲା ଦାଏର କରିଥିଲେ । ଏହି ମାମଲା ରାମପୁରର ଏମପି-ଏମଏଲଏ କୋର୍ଟରେ ବିଚାର କରାଯାଇ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here