ଭି.କେ. ପାଣ୍ଡିୟାନ ମୋ ଉତ୍ତରାଧିକାରୀ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି । ମୋର କେହି ଉତ୍ତରାଧିକାରୀ ନାହାଁନ୍ତି ଏବଂ ଓଡିଶାବାସୀ ମୋ ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି ନବୀନ ।

ଚଳିତ ନିର୍ବାଚନରେ ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତିକି ନାହାଁନ୍ତି, ବେଶୀ ରହିଛନ୍ତି ପାଣ୍ଡିୟାନ । ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସାରା କେବଳ ପାଣ୍ଡିୟାନଙ୍କୁ ଧରି ନିର୍ବାଚନ ପ୍ରଚାର କରିବାକୁ ନେଇ ବିରୋଧୀ କଟାକ୍ଷ କରି ଆସୁଥିଲେ । ଏପରିକି ନବୀନ ଅସୁସ୍ଥ ଥିବା ଏବଂ ପାଣ୍ଡିୟାନ ତାଙ୍କୁ କବଜାକୁ ନେଇଥିବା ବିରୋଧୀ ଅଭିଯୋଗ କରିଥିଲେ । ଯଦି ଏଥର ବିଜେଡି କ୍ଷମତାକୁ ଆସେ ତେବେ ନବୀନ ନୁହେଁ, ବରଂ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିରୋଧୀ କହୁଥିଲେ । ନିର୍ବାଚନରେ ବିରୋଧୀଙ୍କ ଏହି ପ୍ରଚାର ବିଜେଡି ପାଇଁ ଘାତକ ସାଜିଥିଲା । ତେଣୁ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନବୀନ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି । ସେ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି ଏବଂ ସମସ୍ତ କ୍ଷମତା ତାଙ୍କ ପାଖରେ ରହିଛି ବୋଲି ସେ ସାକ୍ଷାତକାରରେ କହିଛନ୍ତି । ମାତ୍ର ଯଦି ସେ ସୁସ୍ଥ ଅଛନ୍ତି ଏବଂ ପାଣ୍ଡିୟାନ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି, ତେବେ କଣ ପାଇଁ ଦଳର ଆଉ କୌଣସି ପୁରୁଖା ନେତାଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ ନ କରି ପାଣ୍ଡିୟାନଙ୍କୁ ଧରି ସାଙ୍ଗରେ ବୁଲୁଛନ୍ତି, ତାର କୌଣସି ଉତ୍ତର ଦେଇନାହାଁନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here