ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ଫ୍ରେଞ୍ଚ୍ ଇଟାଲିଆନ୍ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ କମ୍ପାନୀ ଏସଟି ମାଇକ୍ରୋଇଲେକ୍ଟ୍ରୋନିକ୍ସ ଭାରତର ପ୍ରଥମ ଦେଶୀ ଜିପିଏସ୍ ମୋଡ୍ୟୁଲ୍ ଲଞ୍ଚ୍ କରିଛି. ଏହି ଜିପିଏସ୍ ମୋଡ୍ୟୁଲର ନାମ ୟୁ ଟ୍ରାକ୍ ରହିଥିବା ବେଳେ ଏହା ଭାରତର କ୍ଷେତ୍ରୀୟ ନୌବହନ ଉପଗ୍ରହ ପ୍ରଣାଳୀ ଉପରେ ଆଧାରିତ. ଯାହା ଲୋକେସନ୍ ଟ୍ରାକ୍ କରିବାରେ ସାହାଯ୍ୟ କରିବ. ଏହାକୁ ବାଦ୍ ଦେଲେ ଏହା ଭାରତରେ ସ୍ମାର୍ଟଫୋନ୍ ଓ ବ୍ୟବହାରକାରୀଙ୍କ ଗ୍ୟାଜେଟ୍ସ ଉପରେ ମଧ୍ୟ ଉନ୍ନତଧରଣର ସେବା ପ୍ରଦାନ କରିବାରେ ସହାୟକ ହେବ. ଜିପିଏସ୍ ମୋଡ୍ୟୁଲ୍ ହେଉଛି ଏକ ପ୍ରକାର ରିସିଭର ଯାହା ସ୍ପେସରୁ ନାଭିଗେସନ ସାଟଟେଲାଇଟ୍ ଦ୍ୱାରା ପଠାଯାଇଥିବା ସିଗନାଲର ସୂଚନା ଦେଇଥାଏ. ଥରେ ଏହି  ମୋଡ୍ୟୁଲ୍ ସିଗନାଲକୁ ରିସିଭ କରିସାରିଲା ପରେ ନାଭିଗେସନ ଡାଟାକୁ ବ୍ୟବହାର କରିଥାଏ. ଏହାର ଟ୍ରାନ୍ସମିସନ ଓ ରିସ୍ପେସନ୍ ଟାଇମ୍ ଡିଭାଇସ୍ ର ସଠିକ୍ ସ୍ଥାନ ଜଣାଇଥାଏ ଏବଂ ବ୍ୟବହାରକାରୀଙ୍କୁ ଅନ୍ୟ ନାଭିଗେସନ ସେବା ପ୍ରଦାନ କରିଥାଏ.

LEAVE A REPLY

Please enter your comment!
Please enter your name here