ଲୋକମାନଙ୍କୁ କମ୍ ସୁଧହାରରେ ଲୋନ୍ ପ୍ରଦାନ କରୁଥିବା ତିନୋଟି ପ୍ରମୁଖ ବ୍ୟାଙ୍କ ଏସବିଆଇ, ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କ ନିଜର ସୁଧହାରକୁ ବୃଦ୍ଧି କରିଛନ୍ତି. ଯାହା ଲୋକମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ. ଏସବିଆଇ 0.5 ପ୍ରତିଶତ ସୁଧହାର ବଢାଇଥିବା ବେଳେ ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କ 0.10 ପ୍ରତିଶତ ସୁଧହାର ବଢାଇଛନ୍ତି. ତେବେ ବ୍ୟାଙ୍କ୍ ରେ ବଢିଥିବା ଏହି ସୁଧହାର ଆରବିଆଇର ମୋଦ୍ରିକ ନୀତି ସମୀକ୍ଷା ପୂର୍ବରୁ କରାଯାଇଛି. ଯାହାଫଳରେ ହୋମ୍, ଅଟୋ ଓ ଅନ୍ୟ ଲୋନ୍ ଉପରେ ଲୋକାନଙ୍କୁ ଅଧିକ ଇଏମଆଇ ଦେବାକୁ ପଡିବ.