ବ୍ରିଟିଶ୍ ମୋଟର ବାଇକ୍ କମ୍ପାନୀ Triumph ନିଜର 2019 Street Twin ବାଇକ୍ ର ଟିଜର ଲଞ୍ଚ୍ କରିଛି. ତେବେ ଜାରି କରାଯାଇଥିବା ଟିଜର୍ ରେ କୁହାଯାଇଛି ଯେ, ଏହି ବାଇକ୍ କୁ ଅକ୍ଟୋବରରେ ହେବାକୁ ଥିବା intermit ମୋଟରସାଇକେଲ ସୋ’ ରେ ପ୍ରଦର୍ଶିତ କରାଯିବ. ତେବେ ଏହାର ଟିଜର ଦେଖିଲା ପରେ ଏହା କୁହାଯାଇପାରେ ଯେ, ଏହା ଏକ ବାଇକ୍ ନୁହେଁ, ବରଂ ଏହା ଏକ ଫେସଲିଫ୍ଟ ଭର୍ସନ. ଏହାକୁ ବାଦ୍ ଦେଲେ ଟିଜରରେ ଏହାର ପରଫମାନ୍ସ ବିଷୟରେ କୁହାଯାଇଛି. ଯେଉଁଥିରୁ ଜଣାପଡୁଛି, କମ୍ପାନୀ ଏହି ବାଇକ୍ ରେ ଅଧିକ ଶକ୍ତିଶାଳୀ ଇଞ୍ଜିନ ଲଗାଇଛି. ଏହି ବାଇକ୍ ରେ 900cc ର ଟ୍ୱିନ୍ ଇଞ୍ଜିନ୍ ଲାଗିଛି, ଯାହା 5,900rpm ଉପରେ 55hp ର ପାୱାର ଓ 3,234rpm ଉପରେ  76nm ର ଟ୍ରାକ୍ ଉତ୍ପାଦ କରିଥାଏ. ତେବେ ରିପୋର୍ଟ ଅନୁସାରେ, ବାଇକ୍ ରେ ଥିବା ଏଲଇଡି ହେଡଲ୍ୟାମ୍ପ୍ ରେ କିଛିଟା ପରିବର୍ତ୍ତନ କରାଯିବ. ଏହାଛଡା ଇନଷ୍ଟ୍ରିମେଣ୍ଟ କନ୍ସୋଲର ପୁନଃ ଡିଜାଇନ୍ ପ୍ରସ୍ତୁତ କରାଯିବା ସହ କିଛି ନୂଆ ଫିଚର୍ସକୁ ମଧ୍ୟ ଲଗାଯିବ. ତେବେ ଏହି ବାଇକ୍ କୁ 2019 ମଧ୍ୟରେ ଭାରତରେ ପ୍ରବେଶ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି.

LEAVE A REPLY

Please enter your comment!
Please enter your name here