କଲମ୍ବିଆ: କଲମ୍ବିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି ଯାହାର ତୀବ୍ରତା ୭.୪ ଥିବା ଜଣାପଡିଛି । ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ଏଥିରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଧ୍ୱଂସାବଶେଷ ତଳେ ଲୋକ ଫସି ରହିଥିବାରୁ ଉଦ୍ଧାର ଅଭିଯାନ ଜାରି ରହିଛି । ଫଳରେ ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୫ଟି ସହରରେ ରେଡ ଆଲର୍ଟ ଜାରି ହୋଇଛି । ଖବର ଅନୁଯାୟୀ, କେବଳ ପେରେଇରା ସହରରେ ୬୦ ଜଣଙ୍କ ଜୀବନ ଯାଇଛି । ୮୬ଟି ବଡ଼ କୋଠା ମାଟିରେ ମିଶିଥିବା ବେଳେ ୭ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ମାନିଜାଲେସ୍, କ୍ୱିବ୍ ଡୋ, ଆର୍ମେନିଆ, କାର୍ଟାଗୋ, ବୁଏନାଭେନ୍ତୁରା ଓ ପେରେଇରା ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ସ୍ଥଗିତ ରହିଛି । ଦେଶର ୨୦ରୁ ଅଧିକ ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି । ହସ୍ପିଟାଲ ଓ ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ କୋଠା ମଧ୍ୟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । ରାଷ୍ଟ୍ରପତି ଅବେଲାର୍ଡୋ ଦେଲା ଏସପ୍ରିଏଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କଲମ୍ବିଆ ଜିଓଲଜିକାଲ୍ ସର୍ଭିସ୍ ଅନୁସାରେ ମୁଖ୍ୟ ଭୂମିକମ୍ପ ପରେ ୨.୮ ଓ ୪.୮ ତୀବ୍ରତାର ଦୁଇଟି ଆଫ୍ଟରସକ୍ ରେକର୍ଡ ହୋଇଛି । ଏକାଧିକ କୋଠା ଭୁଶୁଡ଼ି ପଡ଼ିଥିବାରୁ ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here