ଭୁବନେଶ୍ୱର: ଓଡ଼ିଶାରେ ବୈଦ୍ୟୁତିକ ଯାନ(ଇଭି) କ୍ରୟ ଉପରେ ମିଳୁଥିବା ସମସ୍ତ ସରକାରୀ ପ୍ରୋତ୍ସାହନ ଓ ଆର୍ଥକ ରିହାତିର ସମୟସୀମାକୁ ରାଜ୍ୟ ସରକାର ଶନିବାର ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ୩୦ତାରିଖରେ ପୂର୍ବ ଅବଧି ଶେଷ ହୋଇଯିବା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଓଡ଼ିଶା ଇଲେକ୍ଟ୍ରିକ ଯାନ ନୀତି-୨୦୨୧ର କାର୍ଯ୍ୟକାଳକୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯାହାଫଳରେ ଇଭି ଗାଡ଼ି କିଣିବା ଉପରେ ମିଳୁଥିବା ସମସ୍ତ ପ୍ରକାର ଆର୍ଥିକ ରିହାତି ପୂର୍ବପରି ବଳବତ୍ତର ରହିବ।ବିଜ୍ଞପ୍ତି ଅନୁସାରେ, ବିଭାଗର ପ୍ରମୁଖ ସଚିବ ଏନବିଏସ. ରାଜପୁତ ‘ଓଡ଼ିଶା ଇଭି ନୀତି-୨୦୨୧’ର ଧାରା ୧୧.୫ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଏହି ନୀତିର ଅବଧିକୁ ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଇଭି ଗାଡ଼ି ଉପରେ ମିଳୁଥିବା ନଗଦ ସବସିଡି ପୂର୍ବବତ୍ ଜାରି ରହିବ। କେବଳ ଏହି ନଗଦ ପ୍ରୋତ୍ସାହନ ନୁହେଁ, ବରଂ ଇଭି ଗାଡ଼ି କ୍ରେତାଙ୍କୁ ଆହୁରି ସହାୟକ ହେବା ଲାଗି ଶତପ୍ରତିଶତ ମୋଟର ଯାନ ଟିକସ ଓ ପଞ୍ଜିକରଣ ଫି ଛାଡ଼ ବ୍ୟବସ୍ଥା ମଧ୍ୟ ଅପରିବର୍ତ୍ତିିତ ରହିବ। ଏଥିସହିତ ରାଜ୍ୟ ସରକାରୀ କର୍ମଚାରୀମାନେ ଇଭି କିଣିବା ପାଇଁ ପାଉଥିବା ସୁଧମୁକ୍ତ ଅଗ୍ରୀମ ଋଣ ସୁବିଧା ମଧ୍ୟ ପୂର୍ବ ନିୟମ ଅନୁସାରେ ଉପଲବ୍ଧ ହେବ।

LEAVE A REPLY

Please enter your comment!
Please enter your name here