ଏ ପର୍ଯ୍ୟନ୍ତ ସବୁଠୁ ଲମ୍ବା ଭାଷଣର ରେକର୍ଡ ନେପାଳର କେସି ଅନନ୍ତାଙ୍କ ନାମରେ ଥିଲା. ମାତ୍ର ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ଭାରତର ଯତୀଶ ଚନ୍ଦ୍ର ଶୁକ୍ଳା. ପୂର୍ବ ରେକର୍ଡ 90 ଘଣ୍ଟା 2 ମିନିଟ ଥିଲା. ମାତ୍ର ଯତୀଶ 91 ଘଣ୍ଟା ଭାଷଣ ଦେଇ ଏହି ରେକର୍ଡ ଭାଙ୍ଗିଛନ୍ତି. ଉତ୍ତରପ୍ରଦେଶ ଲଖୀମପୁର ଖୀରି ଜିଲ୍ଲାର ଯତୀଶ ଚନ୍ଦ୍ର ଶୁକ୍ଳା ଦୀର୍ଘ 91 ଘଣ୍ଟା ଭାଷଣ ଦେଇ ପୂର୍ବ ରେକର୍ଡକୁ ଭଗ୍ନ କରିଛନ୍ତି. ବୁଧବାର ସକାଳ 10.30ରେ ଏହି ରେକର୍ଡକୁ ଯତୀଶ ନିଜ ନାମରେ ଏହି ରେକର୍ଡ କରିଛନ୍ତି. ବୁଧବାର ସନ୍ଧ୍ୟାରେ 100 ଘଣ୍ଟା ସଂପୂର୍ଣ୍ଣ ହେବା ପରେ ମଧ୍ୟ ତାଙ୍କର ଭାଷଣ ଜାରି ରହିଥିଲା. ତେବେ ସେ ଏଭଳି ଭାଷଣ ଦେବାକୁ ଚାହାନ୍ତି ଯେ, ଯେମିତି କେହି ତାଙ୍କ ରେକର୍ଡ ଭାଙ୍ଗିପାରିବେ ନାହିଁ.

LEAVE A REPLY

Please enter your comment!
Please enter your name here