Home News National ପ୍ରୟାଗରାଜରେ ଅଗ୍ନିକାଣ୍ଡ NewsNationalTrending News ପ୍ରୟାଗରାଜରେ ଅଗ୍ନିକାଣ୍ଡ By Takshak Bureau - January 14, 2019 152 0 Facebook Twitter Google+ Pinterest WhatsApp ଉତ୍ତରପ୍ରଦେଶର ପ୍ରୟାଗରାଜରେ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ କୁମ୍ଭମେଳା. ହେଲେ ତା ପୂର୍ବରୁ ଘଟିଯାଇଛି ଏକ ବଡ ଧରଣର ଅଘଟଣ. ସୋମବାର ସକାଳ ସମୟରେ ଦିଗମ୍ବର ଆଖଡା ଟେଣ୍ଟରେ ନିଆଁ ଲାଗିଯାଇଥିଲା. ଫଳରେ ଚାହୁଁଚାହୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା. ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ. ତେବେ ଏହି ଘଟଣାରେ କାହାକ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି. ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି. ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହଠାତ୍ ଦିଗମ୍ବର ଆଖଡା ଟେଣ୍ଟ ହାଉସରୁ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା. ଆଉ ସଙ୍ଗେସଙ୍ଗେ ତାହା ପାଖ ଟେଣ୍ଟକୁ ମଧ୍ୟ ବ୍ୟାପିଯାଇଥିଲା. ପରେ ଅଗ୍ନିଶମ ବାହିନୀକୁ ଏ ବିଷୟରେ ଖବର ଦିଆଯାଇଥିଲା. RELATED ARTICLESMORE FROM AUTHOR Big Story ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ Big Story ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Big Story ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...