ବହୁ ଚର୍ଚ୍ଚିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ । ଆଜୀବନ ଜେଲ୍ ଦଣ୍ଡାଦେଶ କଲେ ଗାନ୍ଧିନଗର ସେସନ୍ସ କୋର୍ଟ । ଏକ ଦୁଷ୍କର୍ମ ମାମଲାର ବିଚାର କରି ଦଣ୍ଡାଦେଶ କଲେ କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଦଣ୍ଡ ଘୋଷଣା କଲେ । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ କ୍ରମେ ବର୍ତ୍ତମାନ ୮୧ ବର୍ଷ ବୟସ୍କ ଆଶାରାମ ଯୋଧପୁର ଜେଲରେ ରହିଛନ୍ତି । ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର କୋର୍ଟ ।

LEAVE A REPLY

Please enter your comment!
Please enter your name here