ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ନେତା ଡକ୍ଟର ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ହୋଇଛି. ସୋମବାର ସକାଳେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁବେଳକୁ ଚୈତନ୍ୟଙ୍କୁ 90 ବର୍ଷ ହୋଇଥିଲା. ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ.  1972 ମସିହାରେ ସେ କଂଗ୍ରେସ ଦଳରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ. ପରବର୍ତ୍ତୀ ସମୟରେ ସେ ରାଜ୍ୟ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ. 1990ରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ ଚୈତନ୍ୟ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମାଝୀଙ୍କ ବିୟୋଗରେ ଗଭିର ଶୋକପ୍ରକାଶ କରିଛନ୍ତି. ଓଡିଶାର ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ମହତ୍ବପୂର୍ଣ୍ଣ. ଶ୍ରୀ ମାଝୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଗଭିର ସମବେଦନା ଜଣାଇଛନ୍ତି.

LEAVE A REPLY

Please enter your comment!
Please enter your name here