ଆଗୁଆ ଜାମିନ ଆବେଦନ ଖାରଜ କରିଦେଲେ କୋର୍ଟ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଜତକୁ ପଠାଇଦେଲେ ।

ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିଥିବା ମାମଲାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ତଳ କୋର୍ଟରେ ଆବେଦନ କରିବାକୁ କହିଥିଲେ । ଆଜି ଖୋର୍ଦ୍ଧା ଜିଲ୍ଲା ଏଡିଜେ 1ଙ୍କ କୋର୍ଟରେ ହାଜର ହୋଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ଆବେଦନ କରିଥିଲେ । ମାତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଜାମିନ ଆବେଦନ କାରଜ ପରେ ପୋଲିସ ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରି ଜେଲ୍ ହାଜତକୁ ପଠାଇ ଦେଇଛି ।

ପ୍ରଶାନ୍ତଙ୍କ ବିରୋଧରେ ମାଡ ମାରିବା ସହ ଅନୁସୂଚିତ ଜାତି ବର୍ଗଙ୍କ ଉପରେ ଅତ୍ୟାଚାର ଦଫା ଲାଗିଛି ।

LEAVE A REPLY

Please enter your comment!
Please enter your name here