ନିର୍ବାଚନ ପୂର୍ବରୁ ଉଡୁଛି ପୁଳାପୁଳା ଟଙ୍କା । କେଉଁଠି ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ ହେଲାଣି ତ ଆଉ କେଉଠୁଁ ନମ୍ବର ବିହୀନ ଗାଡିରୁ ଲକ୍ଷ ଳକ୍ଷ ଟଙ୍କା ଜବତ କରୁଛି ସ୍ପେଶାଲ ସ୍କ୍ୱାର୍ଡ । ସୁଚନାଅନୁସାରେ, ସୁନ୍ଦରଗଡର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି । ଏକ ନମ୍ବରବିହୀନ ଅଡି କାରରୁ ସ୍ପେଶାଲ ସ୍କ୍ୱାର୍ଡ ଯାଞ୍ଚ ବେଳେ ଜବତ ହୋଇଛି ଟଙ୍କା । ସ୍ପେଶାଲ ସ୍କ୍ୱାର୍ଡ ଯାଞ୍ଚବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଫୋପାଡି ଛୁ ମାରିଥିଲା ଅଡି । ଏହି ଘଟଣାରେ ଅଡିକୁ ଧରିବାକୁ ଉଦ୍ୟମ ଜାରି ରଖିଛି ସ୍ୱେଶାଲ ସ୍କ୍ୱାର୍ଡ ।

LEAVE A REPLY

Please enter your comment!
Please enter your name here