ଭାରତରେ କରୋନା ସଂକ୍ରମଣର ଏକ ପ୍ରମୁଖ କାରଣ ଭାବେ ଦିଲ୍ଲୀ ନିଜାମୁଦ୍ଦିନ ସମ୍ମିଳନୀକୁ ବିବେଚନା କରାଯାଉଛି I କାରଣ ଅଧିକାଂଶ ରାଜ୍ୟରେ ଏବେ ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା ବ୍ୟକ୍ତି କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଉଛି I ସମଗ୍ର ଦେଶ ପାଇଁ ନିଜାମୁଦ୍ଦିନ ସମ୍ମିଳନୀ ଏବେ ଘାତକ ସାବ୍ୟସ୍ତ ହେବାରେ ଲାଗିଛି I ଓଡିଶାରେ ନିଜାମୁଦ୍ଦିନ ଫେରନ୍ତା 28 ଜଣଙ୍କ ମଧ୍ୟରୁ ତିନିଜଣଙ୍କର ପଜିଟିଭ୍ ବାହାରିଥିବା ବେଳେ 25 ଜଣଙ୍କର ନେଗେଟିଭ୍ ବାହାରିଛି I ଯେଉଁମାନେ ନିଜାମୁଦ୍ଦିନ ସମ୍ମିଳନୀରେ ଯୋଗଦେଇ ଫେରିଛନ୍ତି, ସେମାନେ ବିନା ଦ୍ବିଧାରେ 104କୁ ଫୋନ୍ କରି ଆତ୍ମପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିବେଦନ କରିଛନ୍ତି I ଓ୍ବାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ
ସୟଦ ଏକାମ୍ର ହୁସେନ ମଧ୍ୟ ନିଜାମୁଦ୍ଦିନ ସମ୍ମିଳନୀରୁ ଫେରିଥିବା ସବୁ ବ୍ୟକ୍ତି ଆତ୍ମପ୍ରକାଶ କରିବାକୁ ନିବେଦନ କରିଛନ୍ତି I ସଚ୍ଚା ମୁସଲମାନ ସମାଜର କ୍ଷତି ଚାହାଁନ୍ତିନି ଏବଂ କରୋନା ସଂକ୍ରମଣରୁ ନିଜକୁ, ପରିବାରକୁ ଓ ଦେଶକୁ ରକ୍ଷା କରିବା ପାଇଁ 104କୁ ଫୋନ୍ କରି ଜଣାନ୍ତୁ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ନିବେଦନ କରିଛନ୍ତି I

LEAVE A REPLY

Please enter your comment!
Please enter your name here