ପ୍ରତିକୂଳ ପରିସ୍ଥିତିରେ ବି ଅନେକ ନାରୀ ସେମାନଙ୍କର ସୃଜନଶୀଳତାକୁ ପ୍ରକାଶ କରନ୍ତି. ନିଜ ହୃଦୟର ସୁଖ-ଦୁଃଖ, ଭାବ-ବ୍ୟଥା, ସୂକ୍ଷ୍ମ ଚିନ୍ତା ଓ ଚେତନା ସାହିତ୍ୟରେ ପରିସ୍ଫୁଟ ହୁଏ. ଅନ୍ତରର ବେଦନା କାହା ସାଙ୍ଗେ ବାଣ୍ଟି ନ ପାରିଲେ ବି ସେ ଭଗବାନଙ୍କ ସହ ନିଭୃତ ଆଳାପ କରେ. ଲେଖିକା ଅଳକା ମହାନ୍ତିଙ୍କ ପୁସ୍ତକ ଭକ୍ତି ଅନୁଭୂତି ଏମିତି କିଛି ଅନୁଭବର ଶବ୍ଦ. ଅଳକା ମହାନ୍ତିଙ୍କ କବିତା ପୁସ୍ତକ ଭକ୍ତି ଅନୁଭୂତିକୁ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି ବିଶିଷ୍ଟ କବି ପଦ୍ମଶ୍ରୀ ରମାକାନ୍ତ ରଥ. ପ୍ରଥମ ପୁସ୍ତକ ହେଲେ ବି ଅଳକା ମହାନ୍ତିଙ୍କ ସୃଜନଶୀଳତାରେ ପ୍ରତିବଦ୍ଧତା ରହିଛି ବୋଲି ସେ କହିଛନ୍ତି. ଏହି ପୁସ୍ତକ ଉନ୍ମୋଚନ ସମାରୋହରେ କବି, ଗାଳ୍ପିକ ଶ୍ରୀମତୀ ସଂଯୁକ୍ତା ରାଉତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନାରୀର ମନସ୍ତାତ୍ତ୍ବିକ ଦିଗ ଉପରେ ଆଲୋକପାତ କରିଥିଲେ. ଅନ୍ୟତମ ଅତିଥି ଭାବେ ଲେଖକ ଡାକ୍ତର ଲକ୍ଷ୍ମୀଧର ମହାନ୍ତି ଇଶ୍ବରୀୟ ଚେତନା ସଂପର୍କରେ ଦୃଷ୍ଟିପାତ କରିଥିଲେ. କାର୍ଯ୍ୟକ୍ରମ ସଂଚାଳନ କରିଥିଲେ କବି ସୁନନ୍ଦା ପ୍ରଧାନ. ଏହି ଅବସରରେ ଲେଖିକା ଅଳକା ମହାନ୍ତି ଉତ୍ତରୀୟ ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ.

 

LEAVE A REPLY

Please enter your comment!
Please enter your name here