ହୋମିଓପାଥୀ କଲେଜ ଓ ଆୟୁର୍ବେଦିକ କଲେଜକୁ ସରକାରୀ ଅନୁଦାନ ସହ ପୁନ କାର୍ଯ୍ୟକ୍ଷମ କରାଯିବା ଦାବିରେ ଉତ୍ତର ଓଡିଶା ଯୁବଛାତ୍ର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକ୍ଷୋଭ ପ୍ରଦର୍ଶନ । ୪ ଦଫା ଦାବି ନେଇ ହୋଇଛି ବିକ୍ଷୋଭ ପ୍ରଦର୍ଶନ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାସଂଖ୍ୟା ବୃଦ୍ଧି କରାଯିବା,ବାରିପଦା ସହରରେ ବସବାସ କରୁଥିବା ଭୁମିହୀନ ଲୋକଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ସ୍ଥାୟୀ ଜମିପଟା ପ୍ରଦାନ,ମୟୁରଭଞ୍ଜ ଜିଲ୍ଲାରେ ଡାକ୍ତର ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ଶତାଧିକ ସଭ୍ୟ ସଭ୍ୟାଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ୪ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବିକ୍ଷୋଭକାରୀ ।

LEAVE A REPLY

Please enter your comment!
Please enter your name here