ମାଲକାନଗିରି ଜିଲ୍ଲାରେ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଟପଦା ଠାରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଙ୍ଘଠନର ସଦସ୍ୟ ଓ ନେତା ଯୋଗ ଦେଇ ବୈଠକ କରିଥିଲେ । ଏହି ବୈଠକରେ ଶ୍ରମିକ ସଙ୍ଘଠନର ବହୁ ନେତା ଯୋଗ ଦେବାସହ ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡ଼କମି ମଧ୍ୟ ଯୋଗଦେଇଥିଲେ । ଶ୍ରମିକ ଦିବସରେ ଶ୍ରମିକ ସଙ୍ଘଠନ ପକ୍ଷରୁ ଏକ ୨୦ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜଳ ଜଙ୍ଗଲ ଜମି ଏବଂ ନିଜର ମୌଳିକ ଅଧିକାରରୁ ଶ୍ରମିକ ମାନେ ବଞ୍ଚିତ ରହିଛନ୍ତି ବୋଲି ବୈଠକରେ ଶ୍ରମିକ ସଙ୍ଘଠନର ନେତାମାନେ ଅଭିଯୋଗ କରିଥିଲେ । ସରକାର ଆଗାମୀ ଦିନରେ ଶ୍ରମିକ ମାନଙ୍କ ସମସ୍ୟା ପ୍ରତି ପଦକ୍ଷେପ ନନେଲେ ଆଗାମୀ ଦିନରେ ଶ୍ରମିକଙ୍କ ସମସ୍ୟା ବଢିବା ସହ ଦେଶ ତଥା ରାଜ୍ୟରେ ଶ୍ରମିକ ଆନ୍ଦୋଳନର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ଆଜିର ସଭାରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here