ଏଟିଏମ ହେଉ କିମ୍ବା ବଜାର ଆଉ ୨ ହଜାର ଟଙ୍କା ହାତକୁ ଆସୁନାହିଁ । ୨ ହଜାର ନୋଟ ନମିଳିବାରୁ ସଫେଇ ଦେଇଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି ଯେ, ୨୦୧୯ ପରଠାରୁ ଛପାଯାଇନି ନୂଆ ନୋଟ୍ । ୨୦୨୨ରେ ବଜାରରେ ମୋଟ୍ ନୋଟ୍ କାରବାରର ମାତ୍ର ୧୩ ପ୍ରତିଶତ ୨ ହଜାର ଟଙ୍କିଆ ।
ନଭେମ୍ବର ୨୦୧୬ରେ ହୋଇଥିବା ନୋଟବନ୍ଦୀ ପରେ ୨୦୦୦ ଟଙ୍କିଆ ନୋଟ୍ ଆରବିଆଇ ଆରମ୍ଭ କରିଥିଲା । ୫୦୦ ଟଙ୍କା ଓ ହଜାର ଟଙ୍କିଆକୁ ବନ୍ଦ କରାଯାଇ ନୂଆ ୫୦୦ ଟଙ୍କା ଓ ୨୦୦୦ ଟଙ୍କା ବଜାରକୁ ଆସିଥିଲା ।ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା, ନୂଆ ୨୦୦୦ ଟଙ୍କା ଅନେକ ସମସ୍ୟାର ସମାଧାନ କରିଦେବ । ଅନ୍ୟ ନୋଟର ଆବଶ୍ୟକ ପଡିବ ନାହିଁ । ଆର୍ଥିକ ବର୍ଷ ୨୦୧୯-୨୦, ୨୦-୨୧ ଓ ୨୧-୨୨ରେ ୨ ହଜାର ଟଙ୍କା ଆଦୌ ଛପାଯାଇନାହିଁ । ଏହି କାରଣରୁ ବଜାରରେ ୨ ହଜାର ଟଙ୍କାର ସର୍କୁଲେନସ କମ ରହିଛି । ବର୍ତ୍ତମାନ ୨ ହଜାର ଟଙ୍କାକୁ ବନ୍ଦ କରାଯାଇନାହିଁ । କେବଳ ଟଙ୍କା ଛପାଯିବା କାମ ବନ୍ଦ ରହିଛି

LEAVE A REPLY

Please enter your comment!
Please enter your name here