ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ନେତା ବ୍ରିଜ ଭୂଷଣ ଶରନ ସିଂହଙ୍କୁ ବଡ଼ ଆଶ୍ୱସ୍ତି। ଦେଶର ପ୍ରତିଷ୍ଠିତ ୬ ଜଣ ମହିଳା କୁସ୍ତି ଯୋଦ୍ଧା ମିଳିତ ଭାବେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଭାରତୀୟ କ୍ରୀଡ଼ା ଇତିହାସରେ ସବୁଠାରୁ ବଡ଼ ବିବାଦ ଦେଖିବାକୁ ମିଳିଥିଲା। ହେଲେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ବ୍ରିଜ ଭୂଷଣ ସିଂହ ଓ ଭାରତୀୟ କୁସ୍ତି ସଂଘର ପୂର୍ବତନ ସଧାରଣ ସମ୍ପାଦକ ବିନୋଦ ତୋମାରଙ୍କୁ ଦୋଷମୁକ୍ତ କରିଛନ୍ତି। ସେମାନଙ୍କ ବିରୋଧରେ କୁସ୍ତି ଯୋଦ୍ଧାମାନେ ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ମିଳି ନଥିବା କୋର୍ଟ କହିଛନ୍ତି।
ସୂଚାନଥାଉ ଯେ, ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୬ ଜଣ କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ଅଲିମ୍ପିୟାନ ଭିନେଶ ଫୋଗାଟ ମଧ୍ୟ ରହିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବ୍ରିଜ ଭୂଷଣ ଶରଣ ସିଂହ ଭାରତୀୟ କୁସ୍ତି ମହାସଂଘର ସଭାପତି ଥିବା ସମୟରେ ସେମାନଙ୍କୁ ଯୌନ ଉତ୍ପୀଡ଼ନ କରିଥିଲେ। ତେବେ ବ୍ରିଜ ଭୂଷଣ ଆରମ୍ଭରୁ ହିଁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ। ଏହି ଅଭିଯୋଗକୁ ନେଇ ୨୦୨୩ ମସିହାରେ ସାରା ଦେଶରେ ବ୍ୟାପକ ଆନ୍ଦୋଳନ ଦେଖାଯାଇଥିଲା। ଅଲିମ୍ପିକ୍ସ ପଦକ ବିଜେତା ଓ ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ ମାସ ମାସ ଧରି ଧାରଣା ଦେଇ ବ୍ରିଜ ଭୂଷଣଙ୍କ ଗିରଫ ଓ କୁସ୍ତି ମହାସଂଘର ସଭାପତି ପଦରୁ ତାଙ୍କୁ ହଟାଇବା ଦାବି କରିଥିଲେ। ରାୟ ପ୍ରକାଶ ପରେ ବ୍ରିଜ ଭୂଷଣ କହିଛନ୍ତି ଯେ “ମୁଁ ପ୍ରଥମ ଦିନରୁ କହିଥିଲି ଯେ ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ମୁଁ ନିଜେ ଫାଶୀ ଲଗାଇ ଦେବି। ଆଜି ଅଦାଲତ ମୋତେ ନିର୍ଦ୍ଦୋଷ ଘୋଷଣା କରିଥିବାରୁ ମୁଁ ବହୁତ ଖୁସି। ଏହା ମୋ ପାଇଁ ଓ ମୋ ସମର୍ଥକମାନଙ୍କ ପାଇଁ ଖୁସିର ଖବର।

LEAVE A REPLY

Please enter your comment!
Please enter your name here