ନୂଆଦିଲ୍ଲୀ: ବଙ୍ଗୋପସାଗରର ମିଆଁମାର ଉପକୂଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କୌଣସି ସାମୁଦ୍ରିକ ଦୁର୍ଘଟଣାରେ ଏତେ ସଂଖ୍ୟକ ଜୀବନ ଯିବା ସମ୍ଭବତଃ ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା ବୋଲି କହିଛି ମିଳିତ ଜାତିସଂଘ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ(ଆଇଓଏମ) ଓ ମିଳିତ ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ କହିଛନ୍ତି ଯେ ଘଟଣା ଓ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିଲେ ହେଁ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଜୁନ୍ ଶେଷ ଭାଗରେ ସଂଘର୍ଷରେ କ୍ଷତିଗ୍ରସ୍ତ ମିଆଁମାରର ରଖାଇନରୁ ଏହି ଡଙ୍ଗାଗୁଡ଼ିକ ଯାତ୍ରା ଆରମ୍ଭ କରିଥିଲେ । କିଛି ଯାତ୍ରୀ ପଡ଼ୋଶୀ ବାଂଲାଦେଶର ଶରଣାର୍ଥୀ ଶିବିରରୁ ମଧ୍ୟ ଆସିଥିଲେ । ପ୍ରଥମେ ପ୍ରାୟ ୨୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ସହ ଯୋଗାଯୋଗା ବିଚ୍ଛିନ୍ନ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here