କଟକ: ଚଳିତ ବର୍ଷ ନଭେମ୍ବର ୨୪ତାରିଖରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଐତହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହି ପରୀପ୍ରେକ୍ଷୀରେ ଇଚ୍ଛୁକ ପୃଷ୍ଠପୋଷକ,ଉଦ୍ୟୋଗ, ବ୍ୟବସାୟିକ ଅନୁଷ୍ଠାନ,ସଂଘ, ବ୍ୟବସାୟୀ ଏବଂ ଉପଭୋକ୍ତା ମାନେ ସ୍ଥାନ(ପ୍ଲଟ) ଆବଣ୍ଟନ ସମ୍ପର୍କିତ ସବିଶେଷ ବିବରଣୀ ଜିଲ୍ଲା ୱେବ୍ ସାଇଟ୍ (https:// katak. odisha.gov.in) କୁ ଯାଇ ପ୍ରାପ୍ତ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲଟ ଯୋଜନା ଆବଣ୍ଟନ କମିଟି,ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ କମଲଜିତ୍ ଦାସ ସୂଚନା ଦେବା ସହ ଆଜିଠାରୁ ସ୍ଥାନୀୟ ବାରବାଟୀ ପ୍ୟାଲେସ ଠାରେ ତାଙ୍କ ଉପସ୍ଥିତିରେ ପ୍ରତ୍ୟକ୍ଷ ଭାବେ ପ୍ଲଟ ଆବଣ୍ଟନ ନିମନ୍ତେ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି।ସୂଚନାଯୋଗ୍ୟ ପ୍ଲଟ ଆବଣ୍ଟନ ପଞ୍ଜିକରଣ ୨ ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ତା୧୦. ୧୦. ୨୦୨୬ରିଖ ଠାରୁ ତା. ୧୭. ୧୦. ୨୦୨୬ରିଖ ପର୍ଯ୍ୟନ୍ତ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ତା୨୬. ୧୦. ୨୦୨୬ରିଖ ଠାରୁ ତା୩୦. ୧୦. ୨୦୨୬ରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ସ୍ଥିର କରାଯାଇଛି । ସେହିପରି ନୀଲାମ ପ୍ରକ୍ରିୟା କୁ ୩ଭାଗରେ ବିଭକ୍ତ କରାଯାଇଛି। ଯାହାକି ସାଧାରଣ ନୀଲାମ, ସ୍ୱତନ୍ତ୍ର ନୀଲାମ ଏବଂ ସ୍ପଟ ନୀଲାମ। ସାଧାରଣ ନୀଲାମ ତା ୦୨. ୧୧. ୨୦୨୬ରିଖ ଠାରୁ ତା ୦୭. ୧୧. ୨୦୨୬ରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଉଭୟ ନୂତନ ଏବଂ ପୁରାତନ ସମ୍ମିଳନୀ କକ୍ଷ, ଉପଜିଲ୍ଲାପାଳ, କଟକ ସଦରଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଏବଂ ଜିଲ୍ଲା ପରିଷଦ, କଟକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ସେହିପରି ସ୍ୱତନ୍ତ୍ର ନୀଲାମ ପ୍ରକ୍ରିୟା ତା.୦୯. ୧୧. ୨୦୨୬ରିଖ ଠାରୁ ତା.୧୦. ୧୧. ୨୦୨୬ରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିବା ବେଳେ ସ୍ପଟ ନୀଲାମି ତା ୧୧. ୧୧. ୨୦୨୬ରିଖ ମଧ୍ୟ ବାରବାଟୀ ପ୍ୟାଲେସ ଠାରେ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି ଚଳିତ ବର୍ଷ ତଳ ବାଲିଯାତ୍ରା ପଡିଆରେ ୧୦୧୦ ବର୍ଗ ଫୁଟ ରୁ ୨୫୪୦ବର୍ଗ ଫୁଟ ମଧ୍ୟରେ ବିଭିନ୍ନ ଆକାରର ସମୁଦାୟ ୧୪୫୨ ଟି ପ୍ଲଟ ଆବଣ୍ଟନ ହେବାରୁ ଥିବା ବେଳେ ଉପର ବାଲିଯାତ୍ରା ପଡିଆରେ ୧୦୧୫ ବର୍ଗ ଫୁଟରୁ ୪୦*୫୦ ବର୍ଗ ଫୁଟ ମଧ୍ୟରେ ସମୁଦାୟ ୫୯୨ ଟି ପ୍ଲଟ ଆବଣ୍ଟନ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ଲଟ ଆବଣ୍ଟନ କମିଟି ସଦସ୍ୟ, ସଦର ଉପ ଜିଲ୍ଲାପାଳ,ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ,ସଦସ୍ୟ ଆବାହକ ସଦର ତହସିଲଦାର ଶ୍ରୀ ଦେବଦତ୍ତ ପ୍ରଧାନ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତରେ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି।










