ଏମାନେ ଜଣେ ଜଣେ ହେଉଛନ୍ତି ରିଅଲ ଯୋଦ୍ଧା । ମହାମାରୀ କରୋନା ପ୍ରତିଦିନ ମୂଲ୍ୟବାନ୍ ଜୀବନ ନେଉଛି । ଯେଉଁ ବ୍ୟକ୍ତିର କରୋନାରେ ମୃତ୍ୟୁ ଘଟୁଛି ସେମାନଙ୍କୁ ନିଜ ପରିବାର ଲୋକ କିମ୍ବା ଆତ୍ମୀୟ ସ୍ୱଜନ ଶବ ସତ୍କାର କରିବା ଦୂରର କଥା ଶବ ପାଖକୁ ଯାଉନାହାଁନ୍ତି । । ଭୟ ଏବଂ ଘୃଣାରେ ଯେତେବେଳେ କବାଟ କିଳିକି ପରିବାର ଲୋକେ ଘରେ ରହୁଛନ୍ତି । ସେତେବେଳେ ଏମାନେ ହିଁ ଦେବଦୂତ ପାଲଟୁଛନ୍ତି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମୃତ ଦେହକୁ ସଂସ୍କାର କରିବାକୁ ଏମାନେ ଆଗେଇଆସୁଛନ୍ତି । ଜଗତସିଂହପୁର ଜିଲ୍ଲାର ସମାଜ ବିକାଶ ମିଶନ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ଏପର୍ଯ୍ୟନ୍ତ କରୋନାରେ ମୃତ୍ୟୁବରଣ କରିଥିବା ୬ ଜଣଙ୍କ ଶବଦାହ କରିସାରିଲେଣି । କରୋନା ମହାମାରୀ କାଳରେ ଏଭଳି ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସଙ୍ଗଠନର ସଦସ୍ୟମାନଙ୍କୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି । ସହରର ଜଣେ ପ୍ରତିଷ୍ଠିତ ସମାଜସେବୀ ପ୍ରଦିପ୍ତ ମିତ୍ର, ପୌର ପରିଷଦ ନିର୍ବାହୀ ଅଧିକାରୀ , ପୌର କୋଭିଡ ନୋଡାଲ ଅଫିସର , ସାମ୍ବାଦିକ ଓ ଭାଷା ଭାବନା ଓଡିଶାର ପ୍ରତିଷ୍ଠାତା ସୁକାନ୍ତ କୁମାର ପ୍ରଧାନଙ୍କ ପକ୍ଷରୁ ଉକ୍ତ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଜଗତସିଂହପୁରରୁ ତାରାପଦ ମହାନ୍ତିଙ୍କ ରିପୋର୍ଟ ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here