ଏଣେତେଣେ ଅବଢା ପଡୁଛି I ହେଲେ ଲୋକେ ଖାଇବାକୁ ପାଉନାହାଁନ୍ତି I କାଳିଆ କାହାକୁ ମେଞ୍ଚେ ଦେଉଛି ତ କାହାକୁ କିଛି ବି ଦେଉନି I ମୋର କାଳିଆ ଉପରେ ବହୁତ ଅଭିମାନ ଥିଲା I ଘଟଣାଦିନ ମୁଁ ମନ୍ଦିର ଯାଇଥିଲି I କଣ ହେଲା କେଜାଣି, ରୋଷ ଘର ଭିତରକୁ ଗଲି I ସେଠାରେ ଅପରିଷ୍କାର ଥିଲା ରୋଷଘର I ତାକୁ ସଫା କଲି I ତା ପରେ ମନକୁ କଣ ଆସିଲା କେଜାଣି, ନିଜ ହାତରେ ଚୁଲି ଭାଙ୍ଗିଦେଲି I କେତେ ଚୁଲି ଭାଙ୍ଗିଲି, ମୋର ମନେ ନାହିଁ I ଫେରିଲା ବେଳକୁ ରାତି ଗୋଟାଏ ହୋଇଯାଇଥିଲା I ବାଇଶି ପାହାଚ ଦେଇ ବାହାରକୁ ଆସିଲି I କେହି ମତେ ଅଟକାଇ ନାହାଁନ୍ତି I ଶ୍ରୀମନ୍ଦିର ରୋଷଘର ଭିତରେ ଚାଳିଶରୁ ଅଧିକ ଚୁଲା ଭାଙ୍ଗିଥିବା ଅଭିଯୁକ୍ତ ଖୋର୍ଦ୍ଧା ବେଗୁନିଆର ଜେ. ମହାପାତ୍ର ଏହି ଚାଞ୍ଚଲ୍ୟକର ବୟାନ ଦେଇଛି I ଚୁଲା ଭାଙ୍ଗିବା ପରେ ଅନୁତାପ କରିନାହାଁନ୍ତି ଅଭିଯୁକ୍ତ I କହିଛନ୍ତି, ଚୁଲା ତ ଭାଙ୍ଗି ଦେଇଛି, କଣ କରିଛି କି I ମତେ ସମୟ ଦେଲେ ଦୁଇଦିନରେ ସବୁ ଚୁଲା କରିଦେବି ବୋଲି କହିଛନ୍ତି ସେ I ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୁରୀ ପୋଲିସ I

LEAVE A REPLY

Please enter your comment!
Please enter your name here