ବିଧାନସଭାରେ ଗୃହକାର‌୍ୟ୍ୟ ଚାଲିଥିବା ବେଳେ ମୋବାଇଲରେ ‘ତିନ୍ ପତି’ ଖେଳୁଥିଲେ ବିଧାୟକ । ଉତ୍ତର ପ୍ରଦେଶର ମହୋବା ଆସନରେ ଥିବା ବିଜେପି ବିଧାୟକଙ୍କ ର ଏମିତି ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓକୁ ସମାଜବାଦୀ ପାର୍ଟି ମିଡିଆର ଟ୍ବିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଏହା ସହିତ ସମାଜବାଦୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି। ସମାଜବାଦୀ ପକ୍ଷରୁ ଟ୍ବିଟ୍ କରି ଲେଖାଯାଇଛି ମହୋବା ବିଜେପି ବିଧାୟକ ବିଧାନସଭାରେ ’ତିନ୍ ପତି’ ଖେଳୁଛନ୍ତି। କର୍ଣ୍ଣାଟକରେ ବିଜେପି ବିଧାୟକ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଛନ୍ତି। ବିଜେପି ବିଧାୟକଙ୍କୁ ଲୋକଙ୍କ ସସସ୍ୟା ସହିତ କୌଣସି ଲେଣଦେଣ ନାହିଁ। କେବଳ ଭ୍ରଷ୍ଟାଚାର, ଦୁଷ୍କର୍ମ ଓ ଫାଲତୁ ଗେମ୍‌ରେ ସଂମ୍ପୃକ୍ତ ଥାଆନ୍ତି। ଏମାନେ ହେଉଛନ୍ତି ବିଜେପିର ଜନସେବକ ଓ ଜନପ୍ରତିନିଧି ? ଲଜ୍ୟାଜନକ !

LEAVE A REPLY

Please enter your comment!
Please enter your name here