ଆଜିଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାର ପ୍ରଥମ ଦିନରେ ଛାତ୍ରଛାତ୍ରୀ କିପରି ଭାବରେ ପରୀକ୍ଷା ଦେଉଛନ୍ତି ତାହାର ସ୍ଥିତି ପରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ୟୁନିଟ୍-୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗଣଶିକ୍ଷା ମନ୍ତ୍ରୀ ପହଞ୍ଚି ସ୍ଥିତି ପରଖି ଛନ୍ତି ।ସମସ୍ତ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାକୁ ଗୁରୁତ୍ୱ ଦେଇଥିଲେ ।ଆଜି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ୧୫ମିନିଟ ସମୟ ମିଳୁଥିବା ବେଳେ ଏଥର ଆଉ ୧୫ ମିନିଟ୍‌ ବୃଦ୍ଧି କରାଯାଇଛି। ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ସବୁ କେନ୍ଦ୍ରକୁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସହ ସଂଯୋଗ କରାଯାଇଛି। ଯାହାଦ୍ବାରା ପରୀକ୍ଷା ସମୟର ଦୃଶ୍ୟକୁ ସିଧାସଳଖ ତଦାରଖ କରାଯାଇ ପାରିବ। ଯଦି କେହି କାର୍ଯ୍ୟରେ ଅବହେଳା କରନ୍ତି କିମ୍ବା ଛାତ୍ରଛାତ୍ରୀଙ୍କୁ କପି ଯୋଗାନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here