ଭୁବନେଶ୍ୱର: ଆଜି ଖୋର୍ଦ୍ଧା – ଚନ୍ଦକା ରୋଡର ଭୋଳା ଛକ ନିକଟରେ କାର-ହାଇୱା ମୁହାଁମୁହିଁ ଧକ୍କା ହୋଇଛି। କାରରେ ୭ ଜଣ ଥିବା ସୂଚନା ମିଳିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ଜଣ କଟକ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି। ମୃତାହତମାନେ ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଚନ୍ଦକା ପୋଲିସ ଦୁର୍ଘଟଣାଗ୍ରସ୍ତ କାର ଓ ହାଇୱା ଜବତ କରିଛି । ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here