2019 ମ୍ୟାଟ୍ରିକ ପରୀକ୍ଷା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମପୂରଣ କରିବାର ସମୟକୁ ବଢାଇ ଦିଆଯାଇଛି. ଫଳରେ 2019ରେ ପରୀକ୍ଷା  ଦେବାକୁ ଥିବା ପରୀକ୍ଷାର୍ଥୀମାନେ ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ନିଜର ଫର୍ମପୂରଣ କରିପାରିବେ. ତେବେ ଡିସେମ୍ବର 15 ତାରିଖ ରାତି 11.45 ମିନିଟ୍ ଭିତରେ ପରୀକ୍ଷାର୍ଥୀ ନିଜର ଫି ଦାଖଲ କରିବାକୁ ଥିବା ବେଳେ ଡିସେମ୍ବର 16 ତାରିଖ ମଧ୍ୟରାତ୍ର ଭିତରେ ସେମାନେ ନିଜର ଅନଲାଇନ ଫର୍ମ ଦାଖଲ କରିପାରିବେ. ତେବେ ଏହାପରେ କୌଣସି ଛାତ୍ରଛାତ୍ରୀ ଫି ଦାଖଲ କରିପାରିବେ ନାହିଁ ବୋଲି ବୋର୍ଡ କତ୍ତୃପକ୍ଷ ସୂଚନା ଦେଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ଫର୍ମପୂରଣ କରିବାର ସମୟସୀମା ନଭେମ୍ବର 26 ତାରିଖରୁ ଡିସେମ୍ବର 23 ତାରିଖ ପର୍ଯ୍ୟନ୍ତ ରହିଥିଲା ଏବଂ ଜରିମାନା ସହ ଫର୍ମପୂରଣର କରିବାର  ତାରିଖ ଡିସେମ୍ବର 14ରୁ 18 ତାରିଖ ପର୍ଯ୍ୟନ୍ତ ରହିଥିଲା.

LEAVE A REPLY

Please enter your comment!
Please enter your name here