ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ସାହୁ  ଓରଫ୍ ନିକିତାଙ୍କ ମୃତ୍ୟୁ ରହସ୍ୟରେ ଆସିଛି ଏକ ନୂଆ ଟ୍ୱିଷ୍ଟ. ମୁଣ୍ଡରେ ଆଘାତା ଲାଗିବା ଯୋଗୁଁ ନୁହେଁ ବରଂ ନିକିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ନିକିତାଙ୍କ ବାପା ସନାତନ ବେହେରା. ପ୍ରଥମରୁ ନିକିତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ କିଛି କହୁନଥିବା ବେଳେ ବର୍ତ୍ତମାନ ନିକିତା ବାପାଙ୍କ ଏଭଳି ବୟାନ ପୋଲିସର ତଦନ୍ତକୁ ଆହୁରି ଦୃଢ କରିଛି. ତେବେ ଏ ନେଇ ସନାତନ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଲିପନ ସାହୁ, ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୂର ଲିଙ୍ଗରାଜ ସାହୁଙ୍କ ନାଁ ରେ ଲିଖିତ ଅଭିଯୋଗ କରିଥିବା ବେଳେ ନିକିତାଙ୍କୁ ଶାଶୂଘର ଲୋକେ ସବୁବେଳେ ନିର୍ଯାତନା ଦେଉଥିବା  ମଧ୍ୟ ନିକିତାଙ୍କ ବାପା ପ୍ରକାଶ କରିଛନ୍ତି. ସନାତନଙ୍କ ଲିଖିତ ଅଭିଯୋଗ ପରେ ବର୍ତ୍ତମାନ ପୋଲିସ, ଲିପନ ଓ ତାଙ୍କ ମା’ ଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ଏବଂ ସେମାନଙ୍କ ନା ରେ ମାମଲା ରୁଜୁ କରିଛି. ତେବେ ଏଠାରେ ଉଲ୍ଲେଖଯାଗ୍ୟ ଯେ, ଗୁରୁତର ଅବସ୍ଥାରେ ନିକିତାଙ୍କୁ ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଶନିବାର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା.

LEAVE A REPLY

Please enter your comment!
Please enter your name here