ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଧାନସଭାରେ ହେବାକୁ ଯାଉଛି,ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ ରୁ ଅଧିକ ବରିଷ୍ଠ ପୋଲିସ ଅଫିସର ନିୟୋଜିତ ହେବେ। ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଷ୍ଟ୍ରାଇକିଂ ଫୋର୍ସ, STU (Special Tactical Unit), ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଏବଂ ଅଗ୍ନିଶମ ବାହିନୀକୁ ଆଲର୍ଟ ରଖାଯାଇଛି। ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ ରୁ ଅଧିକ ବରିଷ୍ଠ ପୋଲିସ ଅଫିସର ନିୟୋଜିତ ହେବେ। ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଷ୍ଟ୍ରାଇକିଂ ଫୋର୍ସ, STU (Special Tactical Unit), ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଏବଂ ଅଗ୍ନିଶମ ବାହିନୀକୁ ଆଲର୍ଟ ରଖାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲୋୟର ପିଏମଜି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ। ଏଥିସହ ସମ୍ପୂର୍ଣ୍ଣ ଅଞ୍ଚଳ ଉପରେ ସିସିଟିଭି ସରଭେଲାନସ ଜରିଆରେ କଡ଼ା ନଜର ରଖାଯିବ। ଯାହା ଦ୍ୱାରା ଅଧିବେଶନ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ।
















