ତୈଳ ଦରରେ ନିଆଁ । ହୁ ହୁ ହୋଇ ବଢି ଚାଲିଛି ଖାଇବା ତେଲ ଦର । ପେଟ୍ରୋଲ , ଡିଜେଲ ଦର ଲୋକଙ୍କ ଚିନ୍ତା ବଢାଉଥିବାବେଳେ ଖାଇବା ତେଲ ଦର ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ଗ୍ରାହକ । ବର୍ଷକ ତଳେ ଓଡିଶାର ବିଭିନ୍ନ ଅଞ୍ଚଳରେ ସୋରିଷ ତେଲ ଲିଟର ପିଛା ୧୨୦ରୁ ୧୩୦ ଟଙ୍କା ରହିଥିଲା । କିନ୍ତୁ ଏବେ ଏହା ବଢି ୧୮୦ରୁ ୧୯୦ ଟଙ୍କାରେ ପହଁଞ୍ଚିଲାଣି । ସେହିଭଳି ସୋୟାବିନ୍‌, ସୂର୍ଯ୍ୟମୁଖୀ, ଭେଜିଟେବୁଲ ଅଏଲ ୨୦୦ ଟଙ୍କା ଟପିଯାଇଛି । ସେହିଭଳି ସର୍ବୋଚ୍ଚ ସ୍ତରରେ ବଢିଛି ପେଟ୍ରୋଲ ଦର । ୬ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ଗତକାଲି ପେଟ୍ରୋଲ ପିଛା ୨୭ ପଇସା ଏବଂ ଡିଜେଲ ଦର ୨୯ ପଇସା ବଢିିଛି ।

LEAVE A REPLY

Please enter your comment!
Please enter your name here