ନୂଆଦିଲ୍ଲୀ: ସଭାପତି ନୀତିନ ନବୀନ ତାଙ୍କର ନୂଆ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍ ଘୋଷଣା କରିଛନ୍ତି। ଏହି ନୂଆ ଟିମରେ ୧୩ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ଏହାସହ ମହିଳା ଓ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ନୀତିନ ନବୀନଙ୍କ ନୂଆ ଟିମରେ ଓଡ଼ିଶାର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପ୍ରଦାନ କରାଯାଇଛି। ସେହିଭଳି ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ସଂଯୋଜକ ଦାୟିତ୍ବ ମିଳିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଜାତୀୟ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଉପାଧ୍ୟକ୍ଷ ତାଲିକାରେ ଅଛନ୍ତି ତିରଥ ସିଂ ରାୱତ, ରାମ ମାଧବ, ଡି ପୁରନ୍ଦେଶ୍ବରୀ, ରେଖା ବର୍ମା, ଭର୍ସାବେନ ନରେନ୍ଦ୍ରଭାଇ, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ଏମ୍‌ ନାଗରାଜ, ତାରିକ୍‌ ମନସୁର ଓ ମଧୂଚନ୍ଦ୍ର କର ସାମିଲ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ବିଜେପି ସଭାପତି ନୀତିନ ନବୀନ ଇନଷ୍ଟାଗ୍ରାମରେ ଭାରତୀୟ ଜନତା ଦଳର ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ଦଳର ସମସ୍ତ ସଦସ୍ୟ ‘ବିକଶିତ ଭାରତ’ ପାଇଁ ସଂକଳ୍ପ ଏବଂ ଜାତୀୟ ସେବାର ଲକ୍ଷ୍ୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here