ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ଥମିବାର ନା ନେଉନାହିଁ ହିଂସାକାଣ୍ଡ । ବିଭିନ୍ନ ସ୍ଥାନରେ ଘଟୁଛି ହିଂସାକାଣ୍ଡ । ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଓ ଏସ୍ଏସ୍ଟି ଟିମ୍ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ ମାଜିଷ୍ଟ୍ରେଟ୍, ପୋଲିସ ଏଏସ୍ଆଇଙ୍କ ସମେତ ଗାଡ଼ି ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି ।
ସୁଚନାଅନୁସାରେ, ଗତକାଲି ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ଏଏସ୍ଆଇଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍ଙ୍କ ତତ୍ୱାବଧାନରେ ଦୁଇଟି ଟିମ୍ ଚଢ଼ାଉ କରିଥିଲେ । ହଠାତ୍ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ଉପରକୁ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣାରେ ପ୍ରଦୀପ ମହାରଥୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଏହି ଆକ୍ରମଣରେ ମାଜିଷ୍ଟେ୍ରଟ୍ ରବି ନାରାୟରଣ ପାତ୍ର, ଡ୍ରାଇଭର ଦୀପକ ଆହତ ହୋଇଛନ୍ତି । ସମସ୍ତଙ୍କୁ ପିପିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷରେ ପୁରୀ ଏସ୍ପି ଉମାଶଙ୍କର ଦାଶ ଆକ୍ରମଣ ଘଟଣାକୁ ସ୍ୱୀକାର କରିଛନ୍ତି । ଏହା ସହିତ ନିଜେ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫାର୍ମହାଉସ୍ରେ ଥିବା ଫ୍ଲାଇଂ ସ୍କ୍ୱାର୍ଡର ଆଉ ଏକ ଗାଡ଼ିକୁ ଜବତ କରି ଥାନାକୁ ଆଣିଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।