କୋଭିଡ ପାଇଁ ସରକାର ଜାରି କରିଥିବା ପାର୍ବଣ ନିୟମକୁ ବିରୋଧ କରି ଆସନ୍ତା 13 ତାରିଖରେ କଟକ ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ରାଜ୍ୟ ସରକାର ଜାରି କରିଥିବା ପାର୍ବଣ ଗାଇଡଲାଇନକୁ ବିରୋଧ କରିଛନ୍ତି । ଲଲାଟେନ୍ଦୁ କହିଛନ୍ତି, କୋଭିଡ କଟକଣା ଭିତରେ ପୂଜା କରାଯାଉ । କିନ୍ତୁ ସରକାର ଯେମିତି ନିୟମ କରିଛନ୍ତି, ତାହା ଗ୍ରହଣୀୟ ନୁହେଁ । କୋଭିଡ ସାଙ୍ଗେ ମୂର୍ତ୍ତିର ଉଚ୍ଚତାର କିଛି ସଂପର୍କ ନଥିବା ବେଳେ ସରକାର ମୂର୍ତ୍ତିର ଉଚ୍ଚତା ଚାରିଫୁଟ ରହିବ ବୋଲି କହିଛନ୍ତି । ତେଣୁ ସରକାରଙ୍କ ଏଭଳି ଅବାନ୍ତର ଗାଇଡଲାଇନର ପ୍ରତିବାଦ କରିବା ପାଇଁ ଆସନ୍ତା 13 ତାରିଖରେ କଟକ ନଗର ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।