ବିଷ୍ଣୁପ୍ରିୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜେ ରୋଜଗାର କରିବି ଏବଂ ସେଇ ଟଙ୍କାରେ ପାଠ ପଢିବି । ଏହି ଚିନ୍ତାଧାରା ତାଙ୍କୁ ଆଜି ସ୍ୱତନ୍ତ୍ର ପରିଚୟ ଦେଇଛି । ସେ ପାଲଟିଯାଇଛନ୍ତି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ବିଷ୍ଣୁପ୍ରିୟାଙ୍କ ରୋଜଗାର କହିଲେ କେଉଁ ବଡ କମ୍ପାନୀରେ ନୁହେଁ । ବରଂ ଘରେ ଘରେ ଖାଦ୍ୟ ପହଁଞ୍ଚାଉଛନ୍ତି ବିଷ୍ଣୁପ୍ରିୟା । ଜୋମାଟୋରୁ ଯେଉଁଠୁ ଯେତେବେଳେ ଅର୍ଡର ଆସେ ସାଙ୍ଗେ ସାଙ୍ଗେ ବାଇକ ଧରି ବାହାରିପଡନ୍ତି ବିଷ୍ଣୁପ୍ରିୟା । କଟକ ଶୈଳବାଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ଏହି ଛାତ୍ରୀଙ୍କର ପୁରା ନା ହେଉଛି ବିଷ୍ଣୁପ୍ରିୟା ସ୍ୱାଇଁ । ବୟସ ମାତ୍ର ୧୮ ବର୍ଷ । ବାପା ଗାଡି ଚଲାଇଲେ ଯାହା ଦୁଇ ପଇସା ଘରକୁ ଆଣନ୍ତି । ସେଥିରେ ବିଷ୍ଣୁପ୍ରିୟା ପାଠ ପଢନ୍ତି । କିନ୍ତୁ ଏବେ ଲକଡାଉନ୍ ପାଇଁ ସବୁକିଛି ବନ୍ଦ ଥିବାରୁ ବାପାଙ୍କ ରୋଜଗାର ବି ବନ୍ଦ । ଅର୍ଥ ଅଭାବରୁ ତାଙ୍କ ପାଠ ପଢାରେ କାଳେ ବ୍ୟାଘାତ ସୃଷ୍ଟି ହେବ । ସେଥିପାଇଁ ନିଜ ରୋଜଗାର ପାଇଁ ପନ୍ଥା ବାଛିଛନ୍ତି ବିଷ୍ଣୁପ୍ରିୟା । ଜୋମାଟୋରେ ପାର୍ଟ ଟାଇମ୍ ଜବ୍ କରି କିଛି ଅର୍ଥ ରୋଜଗାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here