ଦିନେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨୦୦ କିଲୋମିଟର ଅତିକ୍ରମ କରି ଚର୍ଚ୍ଚାକୁ ଆସିଥିଲେ ଜ୍ୟୋତି କୁମାରୀ । ଆଜି କିନ୍ତୁ ବାପାଙ୍କୁ ବଞ୍ଚାଇପାରିଲେନି ଜ୍ୟୋତି । ହୃଦଘାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଜ୍ୟୋତିଙ୍କ ବାପା ମୋହନ ପାସୱାନ । ସୂଚନା ଅନୁସାରେ, ମୋହନଙ୍କ ମାମୁଁ ୧୦ ଦିନ ପୂର୍ବରୁ କୌଣସି କାରଣରୁ ପ୍ରାଣ ହରାଇଛନ୍ତି । ତାଙ୍କର ଦଶାହ କର୍ମ ପାଇଁ ଏକ ଶଭା ଚାଲିଥିଲା । ମୋହନ ଉପସ୍ଥିତ ଥିଲେ । ହଠାତ ଟଳି ପଡିଥିଲେ । ଏବଂ ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଛି ।
ତେବେ ୧୫ ବର୍ଷୀୟା ଜ୍ୟୋତିଙ୍କୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା । ଦୀର୍ଘ ୭ଦିନ ଧରି ସାଇକେଲରେ ବସାଇ ନିଜ ଆହତ ବାପାଙ୍କୁ ହରିୟାଣାରୁ ସେ ବିହାର ଆଣିଥିଲେ । ଏ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟୁଇଟ କରି ତାଙ୍କ ପ୍ରଶଂସା ମଧ୍ୟ କରିଥିଲେ । ସାରା ଦେଶରୁ ଜ୍ୟୋତିଙ୍କୁ ପ୍ରଶଂସା ମିଳିଥିଲା । ଜ୍ୟୋତିଙ୍କୁ ନେଇ ଏକ ଫିଲ୍ମ ‘ଆତ୍ମ ନିର୍ଭର’ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here