ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ପାଳନ ହେଉଛି ଯୋଗ ଦିବସ । ଚଳିତବର୍ଷ ଯୋଗ ଦିବସର ବିଷୟ ବସ୍ତୁ ରହିଛି ସୁସ୍ଥତା ପାଇଁ ଯୋଗ । କରୋନା କଟକଣା ଭିତରେ ଦେଶରେ ଯୋଗ ଦିବସ ପାଳନ ହେଉଛି । ବଡ ଆକାରରେ ନହେଲେ ବି ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ଯୋଗ କରୁଛନ୍ତି ସାଧାରଣ ଲୋକେ । ଭାରତର କୋଣ ଅନୁକୋଣରୁ ଯୋଗାସନର ଚିତ୍ର ସାମ୍ନାକୁ ଆସୁଛି । ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ଓ ମନ୍ତ୍ରୀମାନଙ୍କର ଯୋଗାସନ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।

କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଅନ୍ତର୍ଜାତୀୟ ଦିବସ ପାଳିତ ହୋଇଛି । ଯୋଗାଭ୍ୟାସ ଦ୍ବାରା ଶରୀରକୁ ସୁସ୍ଥ ରଖାଯାଇପାରିବ, ସମଗ୍ର ବିଶ୍ବକୁ ଏଭଳି ଦିଗଦର୍ଶନ ଦେବାରେ ସକ୍ଷମ ହୋଇଛି ଭାରତ ।

LEAVE A REPLY

Please enter your comment!
Please enter your name here