ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କାଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ଜଗନ୍ନାଥ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି ଡିସିପି । ହତ୍ୟା ସମ୍ପର୍କରେ ଜଗନ୍ନାଥକୁ ଜେରା କରାଯାଇଛି । ୪ ଦିନ ପୂର୍ବରୁ ସୁଇସାଇଡ ନୋଟ ପ୍ରସ୍ତୁତ କରିଥିଲା ଜଗନ୍ନାଥ । ଘଟଣାଦିନ ଚକୋଲେଟ, ଥଣ୍ଡା, ଛୁରୀ , ବିଷ, ସିନ୍ଦୁର ଧରି ପ୍ରିୟଙ୍କାଙ୍କ ଘରକୁ ଆସିଥିଲା ଜଗନ୍ନାଥ । ଘରେ କେବଳ କୁନି ପୁଅ ଏବଂ ପ୍ରିୟଙ୍କା ଥିଲେ । ପ୍ରିୟଙ୍କା ଏବଂ ତାଙ୍କ କୁନି ପୁଅ ସହ ଫଟୋ ଉଠାଇଥିଲା ଅଭିଯୁକ୍ତ ଜଗନ୍ନାଥ । ଠିକ୍ ଏତିକିବେଳେ ଘର ମାଲିକ ଦହିବରା ଆଣି ପ୍ରିୟଙ୍କାଙ୍କ ରୁମକୁ ଆସିଥିଲେ । ଘର ମାଲିକ ଆସିଯିବାରୁ ବାଥରୁମ ଭିତରେ ଲୁଚି ଯାଇଥିଲା ଜଗନ୍ନାଥ । ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ସାଥିରେ ନେଇଥିଲେ । ଘର ମାଲିକ ଚାଲିଯିବା ପରେ ଜଗନ୍ନାଥ ବାଥରୁମରୁ ବାହାରି ପ୍ରିୟଙ୍କାଙ୍କୁ ସାଥିରେ ଚାଲିଯିବାକୁ କହିଥିଲେ । ହେଲେ ପ୍ରିୟଙ୍କା ରାଜି ହୋଇନଥିଲେ । ଏହାପରେ ଉଭୟଙ୍କ ଭିତରେ ଝଗଡା ଲାଗିଥିଲା । ଶେଷରେ ସିନ୍ଦୁର ପିନ୍ଧାଇ ମର୍ଡର କରିଥିଲା ଅଭିଯୁକ୍ତ ଜଗନ୍ନାଥ ।

LEAVE A REPLY

Please enter your comment!
Please enter your name here