ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି । ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡିତ ଥିବା ଶକ୍ତି ମିଶ୍ର ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ନବେ ଦଶକରେ ଓଡ଼ିଆ ସିନେ ଜଗତ ଓ ଆଲ୍‌ବମ୍ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶକ୍ତି ମିଶ୍ର। ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଆଦି ବହୁ ହିଟ୍ ଗୀତ ସେ ଗାଇଛନ୍ତି।

LEAVE A REPLY

Please enter your comment!
Please enter your name here