ଧିରେ ଧିରେ ସୁଧୁରୁଛି ଓଡିଶାର କରୋନା ସ୍ଥିତି । ଦ୍ୱିତୀୟ ଲହରର କରୋନା ଗ୍ରାଫ ଖସିବାରେ ଲାଗିଛି । ଟେଷ୍ଟିଂ ବଢିବା ସହ ସଙ୍କ୍ରମଣ କମୁଛି । ଏହାସହିତ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଦୈନିକ ସଙ୍କ୍ରମଣ ରହିଛି ୫ ହଜାର ୮୯୬ ରହିଥିବାବେଳେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ରାଜ୍ୟରେ ୪୫ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬, କଟକ ଓ କଳାହାଣ୍ଡିରୁ ୫ ଲେଖାଏଁ ମୃତ । । ସେହିପରି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୩୩୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୫୬୪ । ଖୋର୍ଦ୍ଧାରୁ ସର୍ବାଧିକ ୮୫୩ ନୂଆ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୩୮୫, ବାଲେଶ୍ୱର-୩୭୩, ବରଗଡ-୯୯, ଭଦ୍ରକ-୩୭୦, ବଲାଙ୍ଗୀର-୭୭, ବୌଦ୍ଧ-୭୩, କଟକ-୩୪୯, ଦେଓଗଡ-୨୨, ଢେଙ୍କାନାଳ-୩୦୬, ଗଜପତି-୪୪, ଗଞ୍ଜାମ-୩୫, ଜଗତସିଂହପୁର-୨୩୨, ଯାଜପୁର-୪୧୩, ଝାରସୁଗୁଡା-୫୪, କଳାହାଣ୍ଡି-୫୩, କନ୍ଧମାଳ-୬୫, କେନ୍ଦ୍ରାପଡା-୨୩୫, କେନ୍ଦୁଝର-୧୩୦, କୋରାପୁଟ-୧୨୯, ମାଲକାନଗିରି-୧୧୬, ମୟୂରଭଞ୍ଜ-୨୬୧, ନବରଙ୍ଗପୁର-୧୭୪, ନୟାଗଡ-୧୭୭, ନୂଆପଡା-୩୭, ପୁରୀ-୨୪୧, ରାୟଗଡା-୧୬୬, ସମ୍ବଲପୁର-୯୨, ସୋନପୁର-୭୭, ସୁନ୍ଦରଗଡ-୧୧୩, ଷ୍ଟେଟପୁଲରୁ ୧୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାର ୧୧୦ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here